ଚାଷୀଙ୍କ ସହ ଚାଷ ଜମିରେ ବୌଦ୍ଧ ଏସଡିସି ଅଧ୍ୟକ୍ଷ ଡମ୍ବରୁଧର କହଁର, ପିଟିଲେ ପହ୍ଲା
ବୌଦ୍ଧ: ଚାଷୀ ଅନୁକୂଳ ପରିବେଶ ଭିତରେ ପୁଣି ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା। ଜନପ୍ରତିନିଧି ହୁଅନ୍ତୁ କି ପ୍ରଶାସନିକ ଅଧିକାରୀ, ସମସ୍ତେ ଏବେ ମାଟି ଓ ମାଟିର ମଣିଷଙ୍କ ସହ ଯୋଡ଼ି ହେଉଥିବା ଦେଖିବାକୁ ମିଳୁଛି। ବୌଦ୍ଧ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ (SDC) ଅଧ୍ୟକ୍ଷ ଡମ୍ବରୁଧର କହଁର ଚାଷୀ ଓ ସ୍ଥାନୀୟ ଲୋକଙ୍କ ସହ ମିଶି କ୍ଷେତରେ ପହ୍ଲା ପିଟିଛନ୍ତି। ଜଣେ ସାଧାରଣ ଚାଷୀ ଭଳି ସେ କାଦୁଅ ସରସର ଜମିରେ କାମ କରୁଥିବାର ଏକ ନିଆରା ଚିତ୍ର ଏବେ ସାମ୍ନାକୁ ଆସିଛି, ଯାହାକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି।
ସୂଚନାଯୋଗ୍ୟ ଯେ, ଗତ ୨୦ ତାରିଖ ଦିନ ବୌଦ୍ଧ ଜିଲ୍ଲାପାଳ ମଧ୍ୟ ଚାଷୀ ମହିଳାମାନଙ୍କ ସହ ମିଶି ଜମିରେ ପହ୍ଲା ରୋଇ ଚର୍ଚ୍ଚାକୁ ଆସିଥିଲେ। ପ୍ରଶାସନ ପରେ ଏବେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କ ଏଭଳି ପ୍ରୟାସ ଚାଷୀମାନଙ୍କୁ ଆହୁରି ଉତ୍ସାହିତ କରିଛି।
#Baudh #Agriculture #FarmersFirst #OdishaNews #SDC #Odisha #GroundReality