ଓରିଏଣ୍ଟ: ବ୍ରଜରାଜନଗର ସହରରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କ ତରଫରୁ ଖ୍ରୀଷ୍ଟମସ କେରୋଲ ଉତ୍ସବ ଅବସରରେ କ୍ୟାଣ୍ଡେଲ ମାର୍ଚ୍ଚ ଅନୁଷ୍ଠିତ
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସହରରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କ ତରଫରୁ ଖ୍ରୀଷ୍ଟମସ କେରୋଲ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତେବେ ଖ୍ରୀଷ୍ଟମସ ମାସ ଆରମ୍ଭରେ ଆଜି ସନ୍ଧ୍ୟା ଛଅଟା ସମୟରେ ବ୍ରଜରାଜନଗରର ବିଭିନ୍ନ ଚର୍ଚ୍ଚ ତରଫରୁ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ଏକତ୍ରିତ ହୋଇ ସହରରେ କ୍ୟାଣ୍ଡେଲ ମାର୍ଚ୍ଚ କରିଥିଲେ। ଖ୍ରୀଷ୍ଟମସ ସେଲିବ୍ରେସନ ପାଳନ ଆରମ୍ଭରେ ଆଜି ବ୍ରଜରାଜନଗରର ସମସ୍ତ ଚର୍ଚ୍ଚ ର ଖ୍ରୀଷ୍ଟ ଧର୍ମାବଲମ୍ବୀ ଏକତ୍ରିତ ହୋଇ ବିଭିନ୍ନ ପାରମ୍ପରିକ ବାଜା ବଜାଇ ପ୍ରଭୁ ଯୀଶୁଙ୍କ ଗୀତ ଗାଇ କ୍ୟାଣ୍ଡେଲ ମାର୍ଚ୍ଚ କରିଥିଲେ।