ବାଲେଶ୍ବର ମ୍ୟୁନିସିପାଲଟି: ଷ୍ଟେସନ କ୍ଲବ ଠାରେ ଉତ୍ସବ ଉତ୍ତର ଓଡ଼ିଶା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ,ଯୋଗଦେଲେ ପୂର୍ବତନ ବିଧାୟକ
ବାଲେଶ୍ବରବାସୀଙ୍କ ମନୋରଞ୍ଜନ ନିମନ୍ତେ ଆରମ୍ଭ ହେବାକୁଥିବା ଉତ୍ସବ ଉତ୍ତର ଓଡ଼ିଶା ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟା ୬ଟାରେ ଷ୍ଟେସନ କ୍ଲବ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ପୂର୍ବତନ ସଦର ବିଧାୟକ ସ୍ୱରୂପ କୁମାର ଦାସ,ପୂର୍ବତନ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କ ସମେତ ସହରର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଆଲୋଚନା କରିଥିଲେ।ଏହି ମହୋତ୍ସବ ଆସନ୍ତା ୨୮ ତାରିଖରୁ ଆଇଟିଆଇ ପଡିଆରେ ଆରମ୍ଭ ହୋଇ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦିଆଯାଇଛି।