ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରାହୁଲ ଗାନ୍ଧୀଙ୍କ ଗସ୍ତକୁ ବିରୋଧ କରି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ପ୍ରେସମିଟ୍
ଆଜି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓଡିଶା ଗସ୍ତରେ ଆସିଥିବାବେଳେ ବିଜେପି କହିଛି ଯେ କଂଗ୍ରେସ ଅସ୍ତଗାମୀ ରାଜନୈତିକ ଦଳ, ରାହୁଲ ଗାନ୍ଧୀଙ୍କ ଗସ୍ତ ସମ୍ଭିଧାନ ବଞ୍ଚାଓ ଅଭିଯାନ ନୁହେଁ କଂଗ୍ରେସ ବଞ୍ଚାଅ ଅଭିଯାନ | ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି ଯେ ନେହେରୁଙ୍କ ସମୟରେ ବାପ ଝିଅ, ଇନ୍ଦିରା ଗାନ୍ଧୀଙ୍କ ସମୟରେ ମା ପୁଅ ଏବଂ ଏବେ ମା ପୁଅ ଝିଅ ଜ୍ୱାଇଁ ଦଳ ହେଇକି ଅଛି | ଅନ୍ୟ ସମସ୍ତେ ଆୟ ରାମ ଗୟା ରାମ | ଗଣତନ୍ତ୍ର କଥା କହୁଥିବା କଂଗ୍ରେସ ପ୍ରଥମେ ସମ୍ଭିଧାନକୁ ସଂଶୋଧନ କରିଥିଲା |