କେନ୍ଦୁଝର ସହର: ପିଡ଼ବ୍ଲ୍ୟୁଡ଼ି ଅଫିସ ସମ୍ମୁଖରେ ବାଇକରୁ ପଡ଼ି ଯୁବକ ଗୁରୁତର, ମେଡ଼ିକାଲରେ ଭର୍ତ୍ତି
ମଠସ୍ଥିତ ପିଡ଼ବ୍ଲ୍ୟୁଡ଼ି ଅଫିସ ସମ୍ମୁଖରେ ମଙ୍ଗଳବାର ଅପରାହ୍ନରେ ବାଇକରୁ ପଡ଼ି ଚାଳକ ଗୁରୁତର ହୋଇଥିବା ଜଣାପଡିଛି। ବଣିଆପଙ୍କ ଅଞ୍ଚଳର ନରେଶ ନାଏକ କାଠକଟା ଗ୍ରାମରୁ ନିଜ ଗାଁକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ବାଇକରୁ ପଡ଼ି ଗୁରୁତର ହୋଇଥିଲେ। ପରେ ସମାଜସେବୀ କୋମଳ ଲୋଚନ ନାୟକ ଯୁବକଙ୍କୁ ରାସ୍ତାରେ ପଡ଼ିଥିବାର ଦେଖି ନିକଟସ୍ଥ ଅଗ୍ନିଶମ ବାହିନୀକୁ ଜଣାଇଥିଲେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି ।