କଳା, ସଂସ୍କୃତି ଓ ପରମ୍ପରାର ମହାମିଳନରେ ଉଦ୍ଯାପିତ ହୋଇଛି କାନପୁର ମହୋତ୍ସବ। କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ କାନପୁରଠାରେ ଆୟୋଜିତ ଏହି ମହୋତ୍ସବର ଉଦ୍ଯାପନୀ ସନ୍ଧ୍ୟାରେ ଜମିଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଲୋଡିର ଆସର। ବଡ଼ମ୍ବା-ନରସିଂହପୁର ବିଧାୟକ ବିଜୟ କୁମାର ଦଳବେହେରାଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ଏହି ମହୋତ୍ସବ ସ୍ଥାନୀୟ କଳାକାରଙ୍କୁ ପ୍ରତିଭା ପ୍ରଦର୍ଶନର ସୁଯୋଗ ଦେବା ସହ ଆଞ୍ଚଳିକ କଳା ଓ ସଂସ୍କୃତିର ପ୍ରଚାରପ୍ରସାରରେ ଏକ ନୂଆ ପରିଚୟ ସୃଷ୍ଟି କରିଛି।ଉଦ୍ଯାପନୀ ଉତ୍ସବରେ ବିଧାୟକ ବିଜୟ କୁମାର ଦଳବେହେରା, ତହସିଲଦାର ଅମ୍ରିତା ସାହୁ, କାନପୁର ଥାନା ଅଧିକାରୀ, ବିଜେପି ନେତା ସୂର୍ଯ୍ୟମଣି ଜେନା ଓ ଅରବିନ୍ଦ ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।
#KanpurMahotsav #KanpurFestival #Narsinghpur #CuttackNews #OdishaCulture #OdiaCulture #OdiaTradition #CulturalFestival #BijuKumarDalabehera #VijayKumarDalabehera #MelodyNight #CulturalProgram #LocalArtists #OdishaNews #CharchaTV