ବେଗୁନିଆପଡା ପୋଲିସ ରବିବାର ଦିନ ଗାଡି ଯାଞ୍ଚ ବେଳେ ପାଞ୍ଚଟି ଅଟୋକୁ ଜବତ କରିଛି । ଡ୍ରାଇଭର ମାନେ ହେଲେ ଚିକିଲି ଗ୍ରାମର ଜଟିଆ ସ୍ୱାଇଁ ଙ୍କ ପୁଅ ବିଷ୍ଣୁ ସ୍ୱାଇଁ, କୋଦଳାର ନବ ପ୍ରଧାନ ଙ୍କ ପୁଅ ଚିଲା ପ୍ରଧାନ, ବେଗୁନିଆପଡାର ତାବତା ବିଷୋୟୀଙ୍କ ପୁଅ ହରିହର ବିଷୋୟୀ, ତିତିରିଡି ଗ୍ରାମର ବଳରାମ ମହାନ୍ତିଙ୍କ ପୁଅ ମହେଶ୍ୱର ମହାନ୍ତି ଏମାନଙ୍କ ଅଟୋର ଇନ୍ସୁରାନ୍ସ ନଥିବା ବେଳେ ଦେଓଗଡ଼ ଗ୍ରାମର ବିପ୍ର ପଲାଇ ଙ୍କ ପୁଅ ସାହେବ ପଲାଇ ଙ୍କ ଗାଡ଼ିର ଫିଟନେସ ନ ଥିବା କରଣରୁ ଜବତ ହୋଇଥିବା ଜଣାପଡିଛି । ପାସେଞ୍ଜର ନେଇ ଯାଉଥିବା ଅଟୋ ଗୁଡିକ ଇନ୍ସୁରାନ୍ସ ନଥିବା ଫଳରେ ଜବତ ହୋଇଛି ।