#ଯାଜପୁର_ଜିଲ୍ଲା_ଦଶରଥପୁର_ବ୍ଲକର_ଜଣେ_ସାମ୍ବାଦିକଙ୍କୁ_ମରଣାନ୍ତକ_ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପ୍ରକାଶ ଥାଉ କି ଚଳିତ ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଦଶରଥପୁର ବ୍ଲକ । ଏଣୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଏକ ଟ୍ରକ ଯୋଗେ ଦଶରଥପୁର ବ୍ଲକକୁ ରିଲିଫ ଆସିଥିବା ଜାଣିବାକୁ ପାଇଥିଲେ। ମାତ୍ର ଉକ୍ତ ରିଲିଫ ବ୍ଲକ ପରିସରରେ କିମ୍ବା କୌଣସି ସରକାରୀ କାର୍ଯ୍ୟଳୟରେ ରଖା ନଯାଇ ଏକ ଘରୋଇ ଗୋଦାମରେ ରଖାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ସେଠାରେ କୌଣସି ଅଧିକାରୀ ଉପସ୍ଥିତ ନଥିବା ବେଳେ ବିଡ଼ିଓ ଆକାଶ ପଟ୍ଟନାୟକ ଏ ଘଟଣା ଜାଣିନଥିବା ସାମ୍ବାଦିକ କୌଶିକ ଦାସଙ୍କୁ କହିଥିଲେ। ଏହା ପରେ ମୋବାଇଲ ବାହାର କରି ଭିଡିଓ ରେକଡ଼ିଂ କରିବା ସମୟରେ ସ୍ଥାନୀୟ ଦଶରଥପୁର ପୂର୍ବତନ ସରପଞ୍ଚ ଇନ୍ଦ୍ରଜିତ ଦାସ ଏବଂ ବିରଜା ପ୍ରସାଦ ଦାସ ମୋବାଇଲ ଛଡାଇ ନେଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥଲେ। ଏପରିକି ତାଙ୍କୁ ବିଧା, ଗୋଇଠା ମାଡ଼ ମଧ୍ୟ ମାରିଥିଲେ। ଏକ ଧାରୁଆ ଅସ୍ତ୍ର ବେକରେ ଲଗାଇ ଜୀବନରୁ ମାରିଦେବାକୁ ଏବଂ ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବାକୁ ଚେତାବନୀ ଦେଇଛନ୍ତି। ପୁଲିସ କିମ୍ବା ଜିଲ୍ଲା ପ୍ରଶାସନ ସରକାରୀ ରିଲିଫକୁ ଜବତ ନକରିବା ଏବଂ ଅଭିଯୁକ୍ତଙ୍କୁ ପୁଲିସ ଏଯାବତ ଗିରଫ ନକରିବାରୁ ସାମ୍ବାଦିକ ସଙ୍ଗ ପକ୍ଷରୁ ଅସନ୍ତୋଷ ତେଜିବାର ଲାଗିଛି। ସେପଟେ ପୂର୍ବତନ ସରପଞ୍ଚ ଇନ୍ଦ୍ରଜିତ ଦାସଙ୍କ ପକ୍ଷରୁ ପାଲଟା ଅଭିଯୋଗ ମଧ୍ୟ କରାଯାଇଥିବା ସୂଚନା ମିଳିଛି।
#attack_on_journalist #lntvnetwork #JajpurNews #jajpurnews #Aeiodisha