ଡାବୁଗାଁ ରେ ଖରିଫ୍ ଧାନ ପାଇଁ ମଣ୍ଡି ଆରମ୍ଭ ହୋଇ ଯାଇଛି। ଏହି ଅବସରରେ ଆର୍ ଏମ୍ ସି ଗୁଦାମ ସନ୍ନିକଟେ ଅନୁଷ୍ଠିତ ଏକ ବୈଠକ କୁ ପରିଚାଳନା କରିଥିଲେ ଆର୍ ଏମ୍ ସି ସେକ୍ରେଟାରୀ କପିଳେନ୍ଦ୍ର ସାସମଲ। ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ସହ ମଞ୍ଚାସିନ ଥିଲେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ବରିଷ୍ଠ ଆଇନଜୀବି ତଥା ବ୍ଲକ କୃଷକ ପ୍ରତିନିଧି ଜୟନ୍ତ କୁମାର ପାତ୍ର ଏବଂ ଅନେକ ଜନପ୍ରତିନିଧି।