ରେଢାଖୋଲ: ରେଢ଼ାଖୋଲ ଉପଖଣ୍ଡରେ ଖୋଲିଲା ଧାନ ମଣ୍ଡି
ରେଢ଼ାଖୋଲ ଉପଖଣ୍ଡରେ ଖୋଲିଲା ଧାନ ମଣ୍ଡି lସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ରେ ସୋମବାର ସକାଳେ ଧାନ କ୍ରୟ ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଚାରମାଳ ମଣ୍ଡିରେ ରେଢ଼ାଖୋଲ ଉପ ଜିଲ୍ଲାପାଳ ରଶ୍ମିରଞ୍ଜନ ମହନ୍ତ ଯୋଗଦେଇ ମଣ୍ଡି ରେ ଧାନ କ୍ରୟ ର ଶୁଭାରମ୍ଭ କରିଥିଲେ । ଆଜି ଠାରୁ ରେଢ଼ାଖୋଲ ଓ ନାକଟିଦେଉଳ ବ୍ଳକ ରେ ୨୧ ଟି ମଣ୍ଡି ରୁ ଧାନ କ୍ରୟ ଆରମ୍ଭ ହୋଇଛି। ଆଜି ଚାରମାଳ ମଣ୍ଡି ରୁ ୩ ଜଣ ଚାଷୀ ଙ୍କ ୫୦୦ ବସ୍ତା ଧାନ ମଣ୍ଡି କୁ ଆସି ଥିଲା। କିନ୍ତୁ ମିଲର ଟାର୍ଗେଟ ଆସି ନ ପାରି ଥିବାରୁ ଧାନ ଉଠି ନାହିଁ। ସେହି ପରି ସହେବି ଧାନ କ୍ରୟ କେନ୍ଦ୍ର ରେ ୧୩ ଜଣ ଚାଷୀ ଙ୍କ ୧୩୫୦ ବସ୍