ପୁରୀ ରେ ଚଳିତ ବର୍ଷ ର ହବିଷ ବ୍ରତ ଅକ୍ଟୋବର ମାସ ୭ ତାରିଖ ରୁ ଆରମ୍ଭ ହୋଇ ଏକ ମାସ ପର୍ଯ୍ୟନ୍ତ ଚାଲିବ।ଏହାକୁ ସୁଚାରୁ ରୁପେ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ 5 ରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ପବିତ୍ର କାର୍ତ୍ତିକ ବ୍ରତ ରେ ହବିଷ୍ୟାଳୀ ମା ମାନେ ଏକ ମାସ ଧରି ଶ୍ରୀକ୍ଷେତ୍ରରେ ରହିବାକୁ ଆସୁଥିବାରୁ ସେମାନଙ୍କ ସମସ୍ତ ସୁବିଧା ପାଇଁ ବ୍ୟବସ୍ଥା କରାଯିବାକୁ ପରାମର୍ଶ ଦେଇଥିଲେ।