ମୋହନା: ମୋହନା ବିଜେପି ମଣ୍ଡଳ ପକ୍ଷରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଛି।
ମୋହନା ବିଜେପି ମଣ୍ଡଳ ପକ୍ଷରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ଆଜି ଦିନ ୧୨ ଘଣ୍ଟ ସମୟରେ ପାଳନ କରାଯାଇଛି। ଏହି ଅବସରରେ ମୋହନା ମଣ୍ଡଳ ର ବିଜେପି କାର୍ଯ୍ୟକର୍ତ୍ତା ତାଙ୍କ ପ୍ରତିମାରେ ପୁଷ୍ପାଞ୍ଜଳି ଅର୍ପଣ କରି, ତାଙ୍କର ଜୀବନଦର୍ଶନ ଓ ଦେଶପ୍ରେମୀ ଆଦର୍ଶ ବିଷୟରେ ଆଲୋଚନା କରିଥିଲେ। ସମାଜର ଶେଷ ପଙ୍କ୍ତିରେ ଥିବା ଲୋକଙ୍କ ସେବାକୁ ତାଙ୍କର "ଏକାତ୍ମ ମାନବବାଦ" ରେ ପ୍ରମୁଖତା ଦିଆଯାଇଥିଲା ବୋଲି ସ୍ମରଣ କରାଗଲା।