କଟକ ପୌରାଞ୍ଚଳ: କଟକ ନାଟ୍ୟୋତ୍ସବ-2026: ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ 10 ନାଟକ ମନୋନୀତ
କଟକ ନେତାଜୀ ସଂସ୍କୃତି ଭବନରେ ଆୟୋଜିତ କଟକ ନାଟ୍ୟୋତ୍ସବ-2026ର ସେମିଫାଇନାଲ ପର୍ଯ୍ୟାୟ ଉଦଯାପିତ ହୋଇଛି। ମୋଟ 13ଟି ଦଳ ମଧ୍ୟରୁ 10ଟି ନାଟକକୁ ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ଚୟନ କରାଯାଇଛି। ଯୁବ ପ୍ରତିଭାଙ୍କୁ ମଞ୍ଚ ଦେବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଆୟୋଜିତ ହୋଇଥିଲା।