ଚନ୍ଦନପୁର: ଚନ୍ଦନପୁର ଅଞ୍ଚଳରେ ଘର ଦୁଆର ଭାଙ୍ଗି ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ପୋଲିସ ପକ୍ଷରୁ ତଦନ୍ତ ଜାରି
ଗୁରୁବାର ଦିନ ୨ ଘଟିକା ସମୟରେ ପୁରୀ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚନ୍ଦନପୁର ଅଞ୍ଚଳର ଜନୈକା ମହିଳା ଘରେ ଏକୁଟିଆ ଥିବା ସମୟରେ ଜଣେ ଦୁର୍ବୃତ୍ତ ଆସି ଦୁଆର ଖୋଲିବାକୁ କହିଥିଲା । ମହିଳା ଜଣକ ଦୁଆର ନଖୋଲିବାରୁ ଦୁଆର ଭାଙ୍ଗି ଘରେ ପଶି ମହିଳାଙ୍କୁ ଅସଦାଚରଣ କରିଥିଲା ଦୁର୍ବୃତ୍ତ । ଏନେଇ ଚନ୍ଦନପୁର ଥାନାରେ ଏକ ଲିଖିତ ଏତଲା ଦେଇଥିଲେ ମହିଳା । ଚନ୍ଦନପୁର ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ସୂଚନା ମିଳିଛି ।