#ଶାଶୁ_ଘରୁ_ବୋହୁ_ନିଖୋଜ
#ଥାନାର_ଦ୍ୱାରସ୍ଥ_ଶାଶୁଘର_ଲୋକେ
ବୋହୁ ନିଜ ଶାଶୁ ଘରୁ ନିଖୋଜ ହେବା ଭଳି ଏକ ରୋଚକ ଅଭିଯୋଗ ଯାଜପୁର ଟାଉନ ଥାନାରେ ହୋଇଛି। ଶାଶୁ ଘର ପକ୍ଷରୁ ଏ ନେଇ ଯାଜପୁର ଥାନାରେ ଅଭିଯୋଗ କରିଛନ୍ତି । ଯାଜପୁର ଟାଉନ୍ ଥାନା ଅନ୍ତର୍ଗତ କୁଞ୍ଜବିହାରୀପୁର ଗ୍ରାମର ମାର୍କଣ୍ଡ କରଙ୍କ ବୋହୂ ରୋଜାଲିନ୍ ଦାଶ ଓରଫ ବର୍ଷା ବିଗତ ୧୩ ବର୍ଷ ହେବ ତାଙ୍କ ପୁତ୍ର ଚନ୍ଦ୍ରକାନ୍ତ କରଙ୍କୁ ଭଲ ପାଇ ବିବାହ କରିଥିଲେ । ତାଙ୍କର ଗୋଟେ ୧୨ ବର୍ଷର ପୁଅ ଅଛି । ବିବାହ ପରଠାରୁ ସେ ତାଙ୍କ ସ୍ବାମୀ ପାଖରେ ଗୁଜରାଟରେ ରହୁଥିଲେ । ସେମାନଙ୍କ ପୁଅ ବ୍ରତଘର ପାଇଁ ମେ ମାସରେ ଶାଶୁଘରକୁ ଆସିଥିଲେ । ପୁଅ ବ୍ରତଘର ପରେ ସେ ତାଙ୍କ ସ୍ବାମୀଙ୍କ ସହିତ ଗୁଜରାଟ ନ ଯାଇ ତାଙ୍କ ବାପ ଘରକୁ ବୁଲିବାକୁ ଯାଇଥିଲେ । କିନ୍ତୁ ଗତ ୨୧-୦୮-୨୬ ରିଖରେ ତାଙ୍କ ମା - ଅଞ୍ଜନା ଦାଶ ଏବଂ ଭାଇ - ସୁକାନ୍ତ ଦାଶ ଙ୍କ ସହିତ ଶାଶୁ ଘରକୁ ଆସିଥିଲେ । ସେଦିନ ରାତିରେ ସମସ୍ତେ ଖାଇ ପିଇ ସାରି ମା ଝିଅ ଗୋଟେ ଯାଗାରେ ଶୋଇଲେ । ଭୋର୍ ୫ ଟା ରୁ ବୋହୂ ରୋଜାଲିନ ଶାଶୁ ଘରୁ ୫୦ ହଜାର ଟଙ୍କା ଏବଂ ସୁନା ଗହଣା ନେଇ କେଉଁ ଆଡେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ସକାଳୁ ତାଙ୍କ ମା, ଭାଇ ଏବଂ ଶଶୁର ବୋହୁତ ଖୋଜା ଖୋଜି କରି ନ ପାଇଲା ପରେ ସମସ୍ତେ ଯାଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଲିଖିତ ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। କିନ୍ତୁ ଘଟଣା ଘଟିବାର ୧୪ ଦିନ ବିତି ଯାଇଥିଲେ ସୁଦ୍ଧା ବୋହୂ ର କୌଣସି ସନ୍ଧାନ ନ ପାଇବାରୁ ପୁନର୍ବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଶ୍ୱଶୁର ଘର ଲୋକେ । ପୋଲିସ ସକ୍ରିୟ ହେଲେ ନିଖୋଜ ବୋହୁ ର ସନ୍ଧାନ ମିଳିପାରନ୍ତା ବୋଲି ଶ୍ବଶୁର ଘର ଲୋକେ ମତ ଦେଇଛନ୍ତି। ଯାଜପୁର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଯାଜପୁର ଏସପିଙ୍କ ଦ୍ୱାରସ୍ଥ ହେବେ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି। ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ଆଗାମୀ ଦିନରେ ଥାନା ସମ୍ମୁଖରେ ଧାରଣା ଦେବେ ବୋଲି ପରିବାର ବର୍ଗଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।
#lntvnetwork #JajpurNews #jajpurkhabar #Aeiodisha