ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ବେରୁହାବାଡ଼ି ପଂଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶସ୍ମିତା ଶତପଥୀ, କୋଦଳା ଥାନା ଅଧିକାରୀ ଶୁବାସ ବେହେରା,ସି ଡ଼ି ପି ଓ ନୀଳିମା ଟପ୍ପୋ, ସରପଞ୍ଚ ପ୍ରତିମା କୁମାରୀ ପାଢ଼ୀ , ସମିତି ସଭ୍ୟ ବ୍ରଜ ସୁନ୍ଦର ସାହୁ , କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ବଡ଼ତ୍ୟା ,ବି ଭି ଓ ଭବାନୀଶଙ୍କର ତ୍ରିପାଠୀ, ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ମମତା ପଣ୍ଡା , ଗ୍ରାମ୍ୟ ଉର୍ନ୍ନୟନ କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ବେହେରା ଉପସ୍ଥିତ ଥିଲେ ।