ଦେସାରି ଗ୍ରାମରେ ମହାଭାରତ ନାଟକ ଉଦଯାପନୀ କାର୍ଯ୍ୟକ୍ରମ, ଯୋଗଦେଲେ ସାଂସଦ ପ୍ରତିନିଧି
Chikiti, Ganjam | Dec 1, 2025
କଳା ସଂସ୍କୃତି ସମ୍ପନ୍ନ ଗଞ୍ଜାମ ଜିଲ୍ଲା ।ଗଞ୍ଜାମ ଜିଲ୍ଲା ଚିକିଟୀ ଅଞ୍ଚଳ ଲୋକକଳାର ଗନ୍ତାଘର। ଏଠାରେ ଏଯାବତ ପୌରାଣିକ ନାଟକ ଧାରା ବଞ୍ଚିରହିଛି। ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଦପୁର ପଞ୍ଚାୟତର ଦେସାରି ଗ୍ରାମରେ ମହାଭାରତ ନାଟକ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଅପରାହ୍ନରେ ଏଥିରେ ସାଂସଦ ପ୍ରତିନିଧି ମୀନା ଦ୍ୟାନ ସାମନ୍ତରାୟ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।