ଗୋବିନ୍ଦପୁର: ରେଙ୍ଘାପଡ଼ା ଠାରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ବାମରା ବ୍ଲକ ଅନ୍ତର୍ଗତ ରେଙ୍ଘାପଡ଼ା ଠାରେ ଓଡିଶା ଡ୍ରାଇଭର ମହାସଙ୍ଘ ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଥିବା ବେଳେ ଏହି ଅବସର ରେ ଏକ ନୂତନ ବ୍ଲକ କମିଟି ଗଠିତ ହୋଇଯାଇଛି। ସୂଚନା ଅନୁସାରେ ରେଙ୍ଘାପଡ଼ା ଠାରେ ଆଜି ଓଡ଼ିଶା ଡ୍ରାଇଭର ମହାସଙ୍ଘ ବାମରା ଶାଖା ପକ୍ଷରୁ ସାଙ୍ଗଠନିକ ବୈଠକ ଆୟୋଜିତ ହୋଇଥିବା ବେଳେ ଏଥିରେ ସଙ୍ଗଠନ କୁ ସୁଦୃଢ କରିବା, ଆଗାମୀ କାର୍ଯ୍ୟପନ୍ଥା ଓ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ଆଲୋଚନା ହୋଇଥିଲା। ଏହି ଅବସର ରେ ଏକ ନୂତନ କମିଟି ଗଠନ ହୋଇ ଥିବା ଜଣାପଡିଛି।