କେନ୍ଦ୍ରାପଡା: ଜନ୍ମଦିନରେ ବୃଦ୍ଧାଶ୍ରମରେ ସେବା: ୧୪ ବର୍ଷର ସୁବ୍ରତଙ୍କୁ ପ୍ରଶଂସା
କେନ୍ଦ୍ରାପଡ଼ା ରାଜନଗରର ୧୪ ବର୍ଷୀୟ ସୁବ୍ରତ କୁମାର ମହାରଣା ତାଙ୍କ ଜନ୍ମଦିନକୁ ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କ ସହ ପାଳନ କରିଛନ୍ତି। ସେବା ଦିବସ ରୂପେ ପାଳନ କରି ସମସ୍ତଙ୍କୁ ମିଷ୍ଟାନ୍ନ ଓ ଜଳଖିଆ ବାଢ଼ି ଆଶୀର୍ବାଦ ନେଇଛନ୍ତି ସୁବ୍ରତ। ଏହି ମହତ କାର୍ଯ୍ୟ ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ସାଉଁଟିଛନ୍ତି।