ତଲସରା: ଲକ୍ରାଘରା ଗ୍ରାମ ରେ ନଅ ଟିକିଆ ବଣୁଆ ହାତୀ ପଲ ଉପଦ୍ରବ ବ୍ୟାପକ ଧାନ ନଷ୍ଟ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଉପାନ୍ତ ରେ ରହିଥିବା ଲକ୍ରାଘରା ଗ୍ରାମ ରେ ଗତକାଲି ବିଳମ୍ବିତ ରାତିରେ ବଣୁଆ ହାତୀ ପଲ ବ୍ୟାପକ ଉପଦ୍ରବ କରିଛନ୍ତି।ସେମାନେ ଗ୍ରାମ ନିକଟସ୍ଥ ଚାଷ ଜମିରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନେ ଆଜି ବଡ଼ଗାଁ ଵନ ବିଭାଗ କାର୍ଯ୍ୟାଳୟକୁ ଆସି ଘଟଣା ବିଷୟରେ ଲିଖିତ ଜଣାଇଛନ୍ତି। ଏହି ହାତୀ ପଲ ସବଡେଗା ଓ ବଡ଼ଗାଁ ବ୍ଳକର ସୀମା ରେ ରହିଥିବା ଗ୍ରାମ ରେ ଗତ ଦୁଇଦିନ ହେଲା ଉପଦ୍ରବ ଆରମ୍ଭ କରିଛନ୍ତି। ତେବେ ଲକ୍ରାଘରା ଗ୍ରାମ ରେ ୩ ଜଣ ଚାଷୀ ଙ୍କର ବ୍ୟାପକ କ୍ଷୟକ୍ଷତ ହୋଇଥିବା ସୂଚନା ମିଳିଛି।