କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ଶନିବାର ଦିନ ବେଗୁନିଆପଡା ବ୍ଲକର ଏକାଧିକ ଧାନ ମଣ୍ଡି ର ଶୁଭାରମ୍ଭ କରିଛନ୍ତି । ଏହି ବ୍ଲକ ଅନ୍ତର୍ଗତ ଏସ. ଛଚିନା, କେ. ବରିଡା, ମର୍ଦକୋଟ, ବେଗୁନିଆପଡା, ଚିଙ୍ଗୁଡ଼ିଖୋଲ ଓ ତିରିଡା ସେବା ସମବାୟ ସମିତିରେ ଧାନ ମଣ୍ଡିର ଶୁଭ ଉଦଘାଟନ କରିଛନ୍ତି ବିଧାୟକ ଶ୍ରୀ ନାୟକ । ମିଲର ମାନଙ୍କ ସହିତ ଚାଷୀ ଙ୍କର ଯୋଗାଯୋଗ କରିବା ଆବଶ୍ୟକ ନାହିଁ। ସରକାର ସୋସାଇଟି ଓ ଏସ ଏଚ ଜି ମାଧ୍ୟମରେ ଧାନ କ୍ରୟ କରିବ ମିଲର କେବଳ ଏମାନଙ୍କ ଠାରୁ ଧାନ ନେଇ ଚାଉଳ ଦେବ । କଷ୍ଟ ଅର୍ଜିତ ଧାନକୁ ଶାଗ ମାଛ ଦର ରେ ବିକ୍ରୟ କରନ୍ତୁ ନାହିଁ ବୋଲି କହିଥିଲେ ବିଧାୟକ