ଉଦଳା: ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ; ଯୋଗଦେଲେ ଉଦଳା ବିଧାୟକ, ଏନଏସି ଅଧ୍ୟକ୍ଷା ଓ ବିଡିଓ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ଓଡ଼ିଶା ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଆଜି ଭୁବନେଶ୍ୱରରେ ପହଞ୍ଚି ଏହି ଯୋଜନାର ଶୁଭାରମ୍ଭ କରିଥିବା ବେଳେ ଉଦଳା ଠାରେ ମଧ୍ୟ ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି । ଉଦଳା ବିଧାୟକ ଭାସ୍କର ମଢେଇ,ଏନ୍ଏସି ଅଧକ୍ଷା ପ୍ରମିଳା ପଣ୍ଡା ଙ୍କ ସମେତ ଉଦଳା ବିଡ଼ିଓ ତୃପ୍ତି ବରାଇ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଉଦଳା ହାଇସ୍କୁଲ ପଡ଼ିଆ ଠାରେ ଦିବା ୧୦ ଘଟିକା ସମୟରେ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି ।