ଆଦିବାସୀ ପରମ୍ପରା ର ପର୍ବ ଟୋକି ମରା। ଏହି ଟୋକି ମରା ଯାଉଥିବା ଆଦିବାସୀ ବସତିରେ ବର୍ଷ ତମାମ ପୂଜା ପାଠ ଲାଗି ରହିଥାଏ । ଟୋକି ମରା ପର୍ବ ଏକ କୃଷି ଭିତ୍ତିକ ପର୍ବ। ତେଣୁ କୃଷି ଉପରେ ଆଗାମୀ ଦିନରେ କିଭଳି ପ୍ରଭାବ ରହିବ ସେନେଇ ବାଲି ଗଜା ମାଧ୍ୟମରେ ନିର୍ଣ୍ଣୟ କରାଯାଏ। ରବିବାର ସଂଧ୍ୟାରେ ପାଜେନ ଗ୍ରାମ ଠାରେ ମହାସମାରୋହରେ ପାଳିତ ହେଇଯାଇଛି ବାଲି ଯାତ୍ରା ପର୍ବ।