ବରୀ ରାମଚନ୍ଦ୍ରପୁର: ଆକାରପଡ଼ା ଗଁରେ ଛେଳି ଚୋରୀ ଅଭିଯୋଗ,ନ୍ୟାୟ ପାଇଁ ଯାଜପୁର ଟାଉନ ଥାନାରେ ଦାବି କଲେ ଛେଳି ମାଲିକ
ଆକାରପଡ଼ା ଗଁରେ ଛେଳି ଚୋରୀ ଅଭିଯୋଗ,ନ୍ୟାୟ ପାଇଁ ଯାଜପୁର ଟାଉନ ଥାନାରେ ଦାବି କଲେ ଛେଳି ମାଲିକ l ଛେଳି ଚୋର କୁ ଅଟକ ରଖି ଚୋରୀ ହୋଇଥିବା ଛେଳିକୁ ମାଲିକକୁ ହସ୍ତାନ୍ତର କଲା ଯାଜପୁର ଥାନା । ଯାଜପୁର ଥାନା ଅନ୍ତର୍ଗତ ଆକାରପଡ଼ା ଗ୍ରାମରେ ଭଜ ଗୋବିନ୍ଦ ମହାଳିକଙ୍କ ଛେଳି ଚୋରି ହୋଇଥିବା ଥାନା ରେ ଅଭିଯୋଗ କରିଥିଲେ। ଆଜି ଗ୍ରାମର କିଛି ଯୁବକ ବହୁ ଖୋଜାଖୋଜି ପରେ ଛେଳିକୁ ଉଦ୍ଧାର କରି ଦୁଇ ଜଣ ଚୋରକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ସହ ଛେଳିକୁ ତା ମାଲିକକୁ ହସ୍ତାନ୍ତର କରିଛି।