କନ୍ଧମାଳର ଦାରିଙ୍ଗବାଡିର ସପ୍ତମ ଶ୍ରେଣୀ ର ଛାତ୍ର ପିନ ଗିଳି ମୃତ,ଦାରିଙ୍ଗିବାଡି ଥାନାରେ ଏତଲା।ଫୁଲବାଣୀରେ ନିଜ ମାମୁ ଘରେ ରହି ଫୁଲବାଣୀ ଉପକଣ୍ଠ ଧୋବାତୋଟା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ପାଠ ପଢୁଥିଲେ ତୁଷାର ମିଶ୍ର। ଗତ ୧୫ ତାରିଖରେ ସେ ସ୍କୁଲରେ ଥିବା ବେଳେ ୧୧ଟା ସମୟରେ ତୁଷାର ନୋଟିସ ବୋର୍ଡରେ ବ୍ୟବହାର ହେଉଥିବା ପିନ୍ କଣ୍ଟାକୁ ଭୂଲବଶତଃ ଗିଳି ଦେଇଥିଲେ। ଏ ନେଇ ସେ ଶ୍ରେଣୀ ରେ ଥିବା ଶିକ୍ଷକ ସମେତ ଅନ୍ୟ ଶିକ୍ଷକ ମାନଙ୍କୁ ମଧ୍ୟ କହିଥିଲେ। କିନ୍ତୁ କୌଣସି ଶିକ୍ଷକ ତାଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ।