କୋରାପୁଟ ଫରେଷ୍ଟ ସର୍କଲ ପକ୍ଷରୁ ଆୟୋଜିତ କେଏଫସିପିଏଲ୍ ସିଜନ୍ ୧ ଫୁଟବଲ୍ ପ୍ରିମିୟର ଲିଗ୍ ଜୟପୁର କ୍ରୀଡା କମ୍ପ୍ଲେକ୍ସଠାରେ ଶୁଭାରମ୍ଭ ହୋଇଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ୪ଟି ଜିଲ୍ଲାରୁ ମୋଟ ୮ଟି ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି।
କୋରାପୁଟ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଯଜ୍ଞଦତ୍ତ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ କୋରାପୁଟ, ଜୟପୁର, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ବନ ବିଭାଗର ବନଖଣ୍ଡ ଅଧିକାରୀ, ସହକାରୀ ବନ ସଂରକ୍ଷକ, ବନାଞ୍ଚଳ ଅଧିକାରୀ, ବନପାଳ ଓ ବନରକ୍ଷୀମାନେ ଖେଳାଳି ଭାବେ ଅଂଶଗ୍ରହଣ କରିଛନ୍ତି।