ମାଛକୁଣ୍ଡ ପୁଲିସର ବଡ଼ ସଫଳତା: ୨୨୫ କେଜି ଗଞ୍ଜେଇ ସହ ୩ଟି ବାଇକ ଜବତ, ଚୋରା ଚାଲାଣକାରୀ ଫେରାର।
କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ପୁଲିସ ଚୋରା ଗଞ୍ଜେଇ ଚାଲାଣ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ହାସଲ କରିଛି। ଚଢ଼ାଉ ବେଳେ ୨୨୫ କିଲୋଗ୍ରାମ ଗଞ୍ଜେଇ ସହ ୩ଟି ମୋଟରସାଇକେଲ ଜବତ କରାଯାଇଥିବା ବେଳେ ଚୋରା ଚାଲାଣକାରୀମାନେ ପୁଲିସକୁ ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।