ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନୂଆପାଟଣା ଗ୍ରାମରେ ଶରତ ରାସ ଉତ୍ସବ ଦିର୍ଘବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି । 108 ତମ ପାରମ୍ପରିକ ଶରତ ରାସ ଅବସରରେ ଆଜି ସନ୍ଧ୍ୟାରେ ରାଧାକୃଷ୍ଣଙ୍କ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା I ଏହି ଶୋଭାଯାତ୍ରାରେ ଅଘୋରୀ ନୃତ୍ୟ ବିଶେଷ ଭାବରେ ଆକର୍ଷଣ ହୋଇଥିଲା | ଏହା ସହିତ ବିଭିନ୍ନ ନୃତ୍ୟ ଓ ବାଦ୍ୟର ତାଳେ ତାଳେ ଗ୍ରାମ ପରୀକ୍ରମ କରାଯିବା ସହ ହଜାର ହଜାର ଶ୍ରଦ୍ଧାଳୁ ଠାକୁରଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିପାରିଛନ୍ତି।