ଦେବଗଡ: କୁଶଖୁଳିଆ ଛକରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର
ରିଆମାଳ ବନାଂଚଳ କୁଶଖୁଳିଆ ଛକରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ସ୍ଥାନୀୟ ଜଣେ ଲୋକ ବଜ୍ରକାପ୍ତା ଉଦ୍ଧାର କରି ବନବିଭାଗକୁ ସୂଚନା ଦେଇଥିଲେ । ପରେ ବନବିଭାଗ ଘଟଣାସ୍ଥଳରେ ପହଂଚି ବକ୍ରକାପ୍ତାକୁ ଉଦ୍ଧାର କରିବା ସହିତ ଚିକିତ୍ସା କରାଇଥିବା ଜଣାପଡିଛି । ବନ୍ୟପ୍ରାଣୀ ଚିକିତ୍ସକ ଟିମକୁ ଡକାଇ ଚିକିତ୍ସା କରାଯାଇଥିବା ବେଳେ ଅସ୍ଥାୟୀ ଭାବେ ଉକ୍ତ ଟିମ ହେପାଜତରେ ବଜ୍ରକାପ୍ତା ରଖାଯାଇଛି ।