ମେଟ୍ରୋ ବାବଦରେ ବିଜେଡିର ଅଭିଯୋଗକୁ ଏକାମ୍ର ବିଧାୟକ ବାବୁ ସିଂ ଙ୍କ ଖଣ୍ଡନ। କହିଲେ ଯେଉଁପରି ଭାବେ ମେଟ୍ରୋ ହେଉଥିଲା, ତାହା ସଫଳ ହୋଇ ନ ଥାନ୍ତା। ଦୀର୍ଘଦିନ ଧରି ଭୁବନେଶ୍ୱରରେ ବନ୍ଦ ପଡ଼ିଥିବା ମେଟ୍ରୋ ପ୍ରକଳ୍ପ ଏବେ ପୁଣି ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଛି । ଏ ପ୍ରକଳ୍ପ କେବେ ଆରମ୍ଭ ହେବ ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଦାୟିତ୍ୱରେ ଥିବା ଦିଲ୍ଲୀ ମେଟ୍ରୋ ରେଳ ନିଗମ ଜୁଲାଇ ୨୫ତାରିଖରେ ସମସ୍ତ ଟେଣ୍ଡରକୁ ବାତିଲ କରିଦେବା ପରେ ଏବେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ।