ଜୟପୁର ସଦରଥାନା ଅନ୍ତର୍ଗତ ଓମଫେଡ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ବାଙ୍କବିଜା ଗ୍ରାମର ସ˚ଗ୍ରାମ ପଟ୍ଟନାୟକ । ମୃତକଙ୍କ ବାପା ଶିବ ପଟ୍ଟନାୟକଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ ତାଙ୍କ ପୁଅ ସ˚ଗ୍ରାମ ମେଡିକାଲରେ କାମ କରୁଥିଲେ। କାମ ସାରି ରାତି ନିଜ ଘର ବାଙ୍କବିଜାକୁ ଫେରୁଥିବା ସମୟରେ ଅଜଣା ଗାଡି ଧକ୍କା ଦେଇଥିଲା। ଜିଲ୍ଲା ଚିକିତ୍ସାଳୟକୁ ନେବା ସମୟରେ ଡାକ୍ତର ମୃତ ଘୋଷଣା କରିଥିଲେ। ଆଜି ପୋଲିସ ମୃତଦେହର ଶବବ୍ୟବଚ୍ଛେଦ କରି ହସ୍ତାନ୍ତର କରିଥିବା ରାତ୍ର 8 ଟାରେ ସଦରଥାନ ଅଧିକାରୀ ସୂଚନା ଦେଇଛନ୍ତି l