ସମ୍ବଲପୁର ମ୍ୟୁନିସିପାଲଟି: ବୁଢ଼ାରଜା ଠାରେ ଏକ ବ୍ୟାଟେରୀ ସ୍କୁଟି ଗାଡି ଜଳି ହେଲା ନଷ୍ଟ
ଶୁକ୍ରବାର ସମ୍ବଲପୁର ସହରର ସ୍ଥାନୀୟ ବୁଢ଼ାରଜା ଠାରେ ଏକ ବ୍ୟାଟେରୀ ସ୍କୁଟି ଗାଡି ଜଳି ନଷ୍ଟ ହୋଇଯାଇଛି। ମିଳିଥିବା ସୁଚନା ଅନୁସାରେ ହୀରାକୁଦ କଲୋନୀ ନିବାସୀ ବାଳଗୋପାଳ ପଣ୍ଡା ତାଙ୍କର ବ୍ୟାଟେରୀ ସ୍କୁଟିକୁ ନେଇ ବୁଢ଼ାରଜା ନିକଟରେ ପାର୍କିଂ କରିଥିଲେ।ଗାଡିକୁ ତାଲା ଦେଇ ଯାଇଥିବା ବେଳେ ଅଚାନକ ଆପେ ଆପେ ନିଆଁ ଲାଗି ଧୁଆଁ ବାହାରିବାରେ ଲାଗିଥିଲା।ଏହା ଦେଖି ସ୍ଥାନୀୟ ଲୋକେ ଓ ଗାଡି ମାଲିକ ସ୍କୁଟିରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ବହୁ ଚେଷ୍ଟା କରି ଶେଷରେ ପାଣି ମାରି ଲିଭାଇଥିଲେ।