ବରଗଡ: ମେଲଛାମୁଣ୍ଡା ପୋଲିସ ପକ୍ଷରୁ ଘନାମାଲ ହାଇସ୍କୁଲରେ ଅନୁଷ୍ଠିତ ହେଲା ସାଇବର ସଚେତନତା କାର୍ଯ୍ୟକ୍ରମ
ଘନାମାଲ ହାଇସ୍କୁଲ ଠାରେ ମେଲଛାମୁଣ୍ଡା ପୋଲିସ ବିଭାଗ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ରବିବାର ସକାଳ 9 ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି | ବର୍ତମାନ ସମସ୍ତେ ମୋବାଇଲ ବ୍ୟବହାର କରୁଥିବା ବେଳେ ସୋସିଆଲ ମିଡ଼ିଆ ଆପ ମାନଙ୍କରେ ଅନେକ ଅଜଣା ଡକ୍ୟୁମେଣ୍ଟ,OTP, ଭିଡିଓ କଳିଙ୍ଗ ମାଧ୍ୟମରେ ଠକେଇ ହେଉଛି | ତେବେ ଏହି ସବୁ ଅଜଣା ଲିଙ୍କ ବା OTP ବ୍ୟବହାର ନ କରିବା ପାଇଁ ଏସପି ଜଣାଇଛନ୍ତି ଏବଂ ଏପରି ଘଟଣା ହେଲେ ସାଇବର କ୍ରାଇମ ହେଲ୍ପ ଲାଇନ ନମ୍ବର 1930 ରେ ଯୋଗାଯୋଗ କରି ଅଭିଯୋଗ ଜଣାଇବା ପାଇଁ ମେଲଛାମୁଣ୍ଡା ପୋଲିସ ଜଣାଇଛନ୍ତି ।