ବରଗଡ଼ର ଦାତବ୍ୟ ଅନୁଷ୍ଠାନ ଫିଡ୍ ( ଫାଉଣ୍ଡେସନ ଫର୍ ଏଜୁକେସନାଲ ଆଣ୍ଡ ଇକୋନୋମିକ ଡେଭଲପମେଣ୍ଟ) ଟ୍ରଷ୍ଟ ତରଫରୁ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।ଏଥିପାଇଁ ଫିଡ୍ ଟ୍ରଷ୍ଟ ପକ୍ଷରୁ ତିନୋଟି ଟିମ୍ ଗଠନ କରା ଯାଇଥିଲା। ପ୍ରଥମ ଟିମ୍ ରେ ଟିମ୍ ଲିଡର ଜମ୍ବୁବତି ସୁନାଙ୍କ ନେତୃତ୍ବରେ ଫଣୀନ୍ଦ୍ର କୁମାର ତାଣ୍ଡି, ପଦ୍ମାବତୀ କୁମ୍ଭାର, ଗୌର କନ୍ଧ ଏବଂ ମନୋଜ ମହାନନ୍ଦ ପ୍ରମୁଖ ନିଟ୍ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୭୭୧୪ ରାଙ୍କ ରେ ଉତ୍ତୀର୍ଣ୍ଣ ହୋଇଥିବା ବିଜେପୁର ବ୍ଲକ ଅନ୍ତର୍ଗତ କଲଙ୍ଗାପାଲି ଗ୍ରାମର ଖଗେଶ୍ୱର ସୁନାକୁ ମାନପତ୍ର , ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଦେଇଥିଲେ। ଟିମ୍ ଲିଡର ଅଶୋକ ନାରଙ୍ଗଙ୍କ ନେତୃତ୍ୱରେ ପ୍ରଦୀପ ନାଗ, କ୍ଷିରେଶ୍ଵର୍ ତାଣ୍ଡି, ରମେଶ ନାଗ, ଓମ୍ ପ୍ରକାଶ ମହାନନ୍ଦ, ସୁଶାନ୍ତ ସୁନା, ବିଷ୍ଣୁପ୍ରିୟା ନାଏକ ଯାଇ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଭଟଲି ବ୍ଲକର ଟ୍ୱିଙ୍କଲ ଶିକାକୁ ମାନପତ୍ର , ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଦେଇଥିଲେ।
ଟିମ୍ ଲିଡର କ୍ରିଷ୍ଣା ସୁନାଙ୍କ ନେତୃତ୍ୱରେ ସୁବାସ ତାଣ୍ଡି, କିଚକ ସୁନା, ହରିହର ବିଭାର, ଜାନକୀ କଳିହାରି, ଗୋପାଳ ନାଗ, ଦୀପାଞ୍ଜଳି ଭୋଇ, ଅନିଲ ପାଇକ, ସୁଦର୍ଶନ ଲୁହା ପ୍ରମୁଖ ବରଗଡ ଜିଲ୍ଲା ଅନ୍ତର୍ଗତ ପ୍ରଧାନ ପାଲି ଗ୍ରାମକୁ ଯାଇ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ରିଶିକା ଛତରକୁ ମାନପତ୍ର , ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଦେଇଥିଲେ।
ଏହି ସମୟରେ ଖଗେଶ୍ୱର, ଟ୍ୱିଙ୍କଲ ଏବଂ ରିଶିକା ର ପିତାମାତା ମାନେ ଉପସ୍ଥିତ ଥିଲେ।