ଆଜି ବରଗଡ ଜିଲ୍ଲା ପଦ୍ମପୁର ଗସ୍ତ ରେ ଆସିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଳିଙ୍ଗ। ଏହି ଅବସରରେ ପଦ୍ମପୁର ବ୍ଲକ ଅନତି ଦୂରରେ ଥିବା ବରିକେଲ ଗ୍ରାମ ଆଜି 11ଟା 30 ମିନିଟ ସମୟ ପାଖା ପାଖି ରେ ପରିଦର୍ଶନ କରି ତାଙ୍କ ବନ୍ଧୁ ସୁରେଶ କୁମାର ସାହୁ ଙ୍କ ପରିବାର ବର୍ଗ ଙ୍କୁ ଭେଟିଥିଲେ। କିଛି ଦିନ ତଳେ ତାଙ୍କ ବନ୍ଧୁ ସୁରେଶ କୁମାର ସାହୁ ଙ୍କ ପିତା ଡୋଳାମଣି ସାହୁ ଙ୍କ ଦେହାନ୍ତ ହୋଇଥିଲା। ଆଜି ତାଙ୍କ ବାସଭବନ ଗସ୍ତ କରି ପରିବାର ବର୍ଗ ଙ୍କୁ ଭେଟି ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ