ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ନୂଆଗଡ ଗ୍ରାମ ପରିସରରେ ଓଡ଼୍ର ଖଣ୍ଡାୟତ କାଳଞ୍ଜି ସମାଜର ସମ୍ବଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉପସ୍ଥିତ ସମାଜର କର୍ମକର୍ତ୍ତା ମାନେ ପ୍ରଥମେ କୁଳ ଦେବତାଙ୍କ ନିକଟରେ ପ୍ରଦୀପ ପ୍ରଜ୍ୟୁଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ କେନ୍ଦ୍ର ପରିଷଦ ସଭାପତି ସନ୍ତୋଷ କୁମାର ଜେନା, ସଂପାଦକ ନୀଳାଞ୍ଚଳ ପୋଲେଇ, ଅଞ୍ଚଳ ପରିଷଦ ସଭାପତି ଯୋଗିନ୍ଦ୍ର ବିଷୋୟୀ, ଉପ ସଭାପତି ମହେଶ୍ୱର ଭୂୟାଁ, ଅଞ୍ଚଳ ପରିଷଦ ସଂପାଦକ ପ୍ରକାଶ ଚନ୍ଦ୍ର ଭୂୟାଁ, ଅଞ୍ଚଳ ପରିଷଦ ସଂଗଠକ ସଂପାଦକ ମନୋଜ କୁମାର ପ୍ରଧାନ ଉପସ୍ଥିଲେ।