ତଲସରା: କଣ୍ଟିଆମୁରା ଗ୍ରାମ ରେ ରାହାସ ଯାତ୍ରା ଉଦଯାପିତ
ବ୍ଳକ ଅନ୍ତର୍ଗତ କଣ୍ଟିଆମୁରା ଗ୍ରାମ ରେ ପାରମ୍ପରିକ ରୀତିନୀତିରେ ରାହାସ ଯାତ୍ରା ଉଦଯାପିତ ହୋଇଛି। ଏହି ଅବସରରେ ଗ୍ରାମର ଯୁବ କଳାକାର ମାନଙ୍କୁ ନେଇ ସାମାଜିକ ନାଟକ କାହାଣୀ କାନ୍ଦୁଛି ଆଖି ଲୁଚାଇ ମଞ୍ଚସ୍ଥ ହୋଇଥିଲା। ଗ୍ରାମ ର କଳାକାର ମାନଙ୍କର ଅଭିନୟ ଚିତ୍ତାକର୍ଷକ ହୋଇଥିଲା। ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବ ରେ ସ୍ଥାନୀୟ ଶିକ୍ଷାବିତ ପଦ୍ମଲୋଚନ ପାଣିଗ୍ରାହୀ ଅଂଶଗ୍ରହଣ କରିଥିଲେ ସମ୍ମାନିତ ଅତିଥି ଭାବ ରେ ତୁଳା ରାମ ହୋତା, ଶିଶିର ପାଣିଗ୍ରାହୀ, ରତ୍ନାକର ସା,ଗୟା କିସାନ, ଅଦ୍ଵୈତ କୁମାର ନାୟକ,ନାଟକ ନିର୍ଦ୍ଦେଶକ ଆଶୁତୋଷ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।