ଭଦ୍ରକ ଗ୍ରାମାଞ୍ଚଳ: ପୁରୀରେ ଅନୁଷ୍ଠିତ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ ଭଦ୍ରକର ଦୁଇ ବିଧାୟକ ଓ ସାଂସଦ
ଶ୍ରୀକ୍ଷେତ୍ର ପୁରୀଠାରେ ନିଳାଦ୍ରୀ ବିଜେ ଭଳି ପବିତ୍ର ଅବସରରେ ଭାରତୀୟ ଜନତା ପାର୍ଟି, ଓଡ଼ିଶାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଶୁଭାରମ୍ଭ ହୋଇଛି । ଏଥିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶ୍ରୀ ଜୁଏଲ ଓରାମଙ୍କ ସମେତ ଅନ୍ୟାନ୍ୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ । ଓଡ଼ିଶାର ହିତ ପାଇଁ ବିଜେପି ସଂକଳ୍ପବଦ୍ଧ। ଏଥିରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ସଦର ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇଥିଲେ।