ବରୀ ରାମଚନ୍ଦ୍ରପୁର: ବ୍ଯାସନଗର ମହାବିଦ୍ୟାଳୟ ପରିସରରେ ବାଳକ ସାଧାରଣ ପ୍ରକୋଷ୍ଠ ଗୃହ ଉଦ୍ଘାଟିତ ଉତ୍ସବ,ଯୋଗଦେଲେ ବିଧାୟକ
ବ୍ଯାସନଗର ମହାବିଦ୍ୟାଳୟ ପରିସରରେ ବାଳକ ସାଧାରଣ ପ୍ରକୋଷ୍ଠ ଗୃହ ଉଦ୍ଘାଟିତ ହୋଇଯାଇଛି। ଆଜିର ଏହି ଉଦ୍ଘାଟନ ଉତ୍ସବରେ କୋରାଇ ବିଧାୟକ ଆକାଶ ଦାସନାୟକ ଅତିଥି ଭାବେ ଯୋଗଦେଇ ଟାଟା ଷ୍ଟିଲ ଦ୍ୱାରା ନବୀକୃତ ହୋଇଥିବା ବାଳକ ସାଧାରଣ ପ୍ରକୋଷ୍ଠକୁ ଫିତା କାଟି ଓ ନଡ଼ିଆ ବାଡ଼େଇ ଉଦ୍ଘାଟନ କରିଥିଲେ। ଉତ୍ସବରେ ଅନ୍ୟତମ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ,ଟାଟା ଷ୍ଟିଲର ବରିଷ୍ଠ ଅଧିକାରୀ ଦେବାଞନ ମୁଖାର୍ଜୀ ଯୋଗ ଦେଇଥିଲେ। ପରିଶେଷରେ ଏନ୍ ସି ସି ଅଫିସର କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ।