#କୋରାପୁଟରେ_ବିକାଶର_ନୂଆ_ଧାରା
ରାଜ୍ୟ ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳ ଅବସରରେ କୋରାପୁଟ ବିଧାୟକ Raghuram Padal ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଗତ ଦୁଇ ବର୍ଷ ମଧ୍ୟରେ କୋରାପୁଟ ଜିଲ୍ଲା ବିକାଶର ମୁଖ୍ୟ ଧାରାରେ ସାମିଲ ହୋଇଛି। ରାସ୍ତା, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜନକଲ୍ୟାଣମୂଳକ କ୍ଷେତ୍ରରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହୋଇଥିବା ସେ କହିଛନ୍ତି। ବିକାଶମୂଳକ ଯୋଜନାର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚୁଥିବା ବେଳେ ଆଗାମୀ ଦିନରେ କୋରାପୁଟର ସାମଗ୍ରିକ ଉନ୍ନତି ପାଇଁ ଆହୁରି ଅନେକ ପଦକ୍ଷେପ ନିଆଯିବ ବୋଲି ବିଧାୟକ ପ୍ରକାଶ କରିଛନ୍ତି।
#Koraput #RaghuramPadal #Development #Odisha #KoraputNews #KoraputLive