କଟକ ପୌରାଞ୍ଚଳ: ପ୍ଲାଷ୍ଟିକମୁକ୍ତ କଟକ ଗଠନ ପାଇଁ ମେୟରଙ୍କ ଆହ୍ୱାନ, ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ପ୍ଲାଷ୍ଟିକମୁକ୍ତ ଓ ସ୍ୱଚ୍ଛ କଟକ ଗଠନ ପାଇଁ କଟକ ମହାନଗର ନିଗମ ପକ୍ଷରୁ ଶହୀଦ ଭବନରେ ଏକ ସ୍ୱତନ୍ତ୍ର ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। ମେୟର ସୁବାସ ସିଂହ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବର୍ଜନ କରିବାକୁ ନାଗରିକମାନଙ୍କୁ ଆହ୍ୱାନ ଦେଇଛନ୍ତି।