ରାୟଗଡ଼ ବ୍ଳକ ସଦଭାବନା ଗୃହରେ ଯକ୍ଷ୍ମାମୁକ୍ତ ଗ୍ରାମ ପଞ୍ଚାୟତ ନିମନ୍ତେ ସଚେତନତା ତାଲିମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା ଏହାର ଉଦଘାଟନ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କାଳୁ ଚରଣ ନାୟକ ଉଦ୍ଦେଶ୍ଯ ଜ୍ଞାପନ କରିବା ସହ ସୁସ୍ଥ ଗ୍ରାମ ପଞ୍ଚାୟତ ଗଠନରେ ଏହାର ଭୂମିକା ବିଷୟରେ କହିଥିଲେ । ପି ଏ ଗୋପାଳ ପଣ୍ଡା, ବିଭାଗୀୟ ଅଧିକାରୀ ରାଜକିଶୋର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ଜନସ୍ବାସ୍ଥ୍ୟ ବିଭାଗର ଯକ୍ଷ୍ମା ବିଭାଗ ବୈଷୟିକ ସୁପରଭାଇଜର, ଗୋଷ୍ଠୀ , ଶିଶୁ ବିକାଶ ବିଭାଗର ସୁପରଭାଇଜର ଯୋସଦା ବିଭୋର ଓ ବରିଷ୍ଠ ଶିକ୍ଷକ ଉପସ୍ଥିତ ଥିଲେ