ବୁଧବାର ଦିନ 1ଟା 20 ମିନିଟ ସମୟରେ ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପରିସରରେ ‘ଆତ୍ମନିର୍ଭର ଭାରତ’ ଅଭିଯାନ ଅନ୍ତର୍ଗତ ଏକ ଭବ୍ୟ ଶପଥ ପାଠ ସମାରୋହ ଅନୁଷ୍ଠିତ ହୋଇଯାଇଛି । “ଆତ୍ମନିର୍ଭର ଭାରତ ଦିଗରେ ଏକ ପଦକ୍ଷେପ” ଶୀର୍ଷକ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ବର ଦାଶ ସଭାପତିତ୍ୱ କରି ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସେ ନିଜ ଅଭିଭାଷଣରେ କହିଥିଲେ ଯେ, ସ୍ୱଦେଶୀ ଜ୍ଞାନକୌଶଳର ପ୍ରସାର ଓ ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ହିଁ ଏକ ସମୃଦ୍ଧ ଭାରତ ଗଠନର ମୂଳଦୁଆ ।