କୋରାପୁଟ ଠାରେ ପହିଲି ରଜରେ ଉତ୍ସବ ମୁଖର କୋରାପୁଟ,ଘରେ ଘରେ ପିଠାପଣା ଓ ସାଂସ୍କୃତିକ କାର୍ଯ୍ୟକ୍ରମ,ରଜ ପର୍ବ କେବଳ ଏକ ପାରମ୍ପରିକ ଉତ୍ସବ ନୁହେଁ, ବରଂ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଭାଇଚାରାର ପ୍ରତୀକ ଭାବେ ଆଜି ମଧ୍ୟ ଲୋକମାନଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ରହିଛି,ଜିଲ୍ଲାର ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ରଜର ମାହୋଲ ଦେଖିବାକୁ ମିଳୁଛି। ଆଜି ପହିଲି ରଜ ଅବସରରେ ଝିଅ ଓ ବୋହୂମାନେ ସକାଳୁ ସକାଳୁ ଉଠି ସ୍ନାନ ସାରି ନୂଆ ପୋଷାକ ପରିଧାନ କରିବା ସହିତ ସାଜସଜ୍ଜାରେ ମଗ୍ନ ରହିଛନ୍ତି । ଘରେ ଘରେ ପିଠା, ପଣା ଓ ବିଭିନ୍ନ ପାରମ୍ପରିକ ଖାଦ୍ୟର ଆସର ଜମିଥିବା ବେଳେ ରଜ ଦୋଳିରେ ଝୁଲିବା ପାଇଁ ମଧ୍ୟ ଯୁବପିଢ଼ିଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଛି।