*ପରଜଙ୍ଗ ବ୍ଲକରେ ଆପ୍ ର ଜନସମ୍ପର୍କ ଯାତ୍ରା, ଯୁବପିଢ଼ି କେଜ୍ରିୱାଲଙ୍କ ପ୍ରତି ଆକର୍ଷିତ*
Public News odia odisha Facebook for Creators
ପରଜଙ୍ଗ ବ୍ଲକରେ ଆମ୍ ଆଦମୀ ପାର୍ଟିର ଜନସମ୍ପର୍କ କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ପଙ୍କଜ ନାୟକ ଓ ପୂର୍ବତନ ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି। ବିଭିନ୍ନ ପଞ୍ଚାୟତରେ କୃଷକ ମାନଙ୍କ ସମସ୍ୟା, ସରକାରୀ ବିଦ୍ୟାଳୟ, ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ଗମନାଗମନ, ବିଶେଷକରି ରୋଜଗାର ନପାଇ ଦାଦନ ଅପେକ୍ଷାରେ ଥିବା ଯୁବାବର୍ଗଙ୍କ ସହିତ ସମ୍ପର୍କ କରିଥିଲେ। ଖାଦ୍ୟ ସାମଗ୍ରୀ ଯଥା : ଚିନି, ଅଦା, ରସୁଣ, ପିଆଜ, ଖାଇବା ତେଲ ଇତ୍ୟାଦିର ଦରଦାମ୍ ହୁ ହୁ ହୋଇ ବଢ଼ି ଚାଲିଛି। ସାଧାରଣ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ପରିବାର ଏହାର ଶିକାର ହେଉଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ ସହିତ ଇଥାନାଲ ମିଶ୍ରଣ କରିବା ଯୋଗୁଁ ଚିନି ଉପ୍ତାଦନ କମିଛି ଏବଂ ଭାରତରେ ଚିନିର ଉତ୍କଟ ସଙ୍କଟ ତିଆରି କରାଯାଇଛି। ଏହି ଇଥାନାଲ ମିଶ୍ରିତ ପେଟ୍ରୋଲ କେନ୍ଦ୍ର ମନ୍ତ୍ରୀ ଗଡ଼କରୀ ପରିବାରକୁ ସାହାଯ୍ୟ କରିବାପାଇଁ କେନ୍ଦ୍ର ବିଜେପି ସରକାରଙ୍କର ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ। ପ୍ରକାଶ ଥାଉକି, ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଦିଲ୍ଲୀରୁ ଓଡ଼ିଶା ସହପ୍ରଭାରୀ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ବ୍ଲକରେ ସଂଗଠନ କରିବା ଏବଂ ଆମ୍ ଆଦମୀ ପାର୍ଟିର ନୀତିଆଦର୍ଶ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରବିନ୍ଦ କେଜ୍ରିୱାଲଙ୍କ ଜନ କଲ୍ୟାଣ ଯୋଜନା ଗୁଡିକ ସମ୍ପର୍କରେ ଜନ ଜନ ପହଞ୍ଚାଇବା ପାଇଁ ସୁନୀଲ ପାଣି, ଆଶିଷ ଆୟଚ, ଯୁଧିଷ୍ଠିର ବିଶ୍ୱାଳ, ବିକାଶ ସାହୁ, କୈଳାଶ ସାହୁ, ଲିଙ୍ଗରାଜ ସାହୁ, ମିହିର, ପ୍ରକାଶ ପ୍ରମୁଖଙ୍କ ସହିତ ଅନେକ ଯୁବକ ପାର୍ଟି ସହିତ ଯୋଡ଼ିହୋଇଥିଲେ। ଏହି ଜନସମ୍ପର୍କ ଯାତ୍ରାରେ ପୂର୍ବତନ ବିଧାୟକ ପ୍ରାର୍ଥୀ ସୁଶାନ୍ତ ପାଣି ଓ ବ୍ଲକ ସଭାପତି ବିଭୂରଞ୍ଜନ ସାହୁ ସହଯୋଗ କରିଥିଲେ।