ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଗରଗଡବାହାଲ ଗ୍ରାମରେ ସ୍ଥାନୀୟ ଫାଇଟର କ୍ଲବ ଦ୍ଵାରା ଆୟୋଜିତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଘାଟୀତ ହୋଇଛି। ୧୬ ଟି ଟିମ୍ ଅଂଶଗ୍ରହଣ କରିଥିବା ଏହି ଟୁର୍ଣ୍ଣାମେଣ୍ଟ ର ଉଦଘାଟନୀ କାର୍ଯ୍ୟକ୍ରମ ରେ ସରପଞ୍ଚ ଗୋବର୍ଦ୍ଧନ ହାହା, ପୂର୍ବତନ ସରପଂଚ ଭଗବାନ ଲାକ୍ରା, ସନାତନ ବେହେରା, ପାଲାଗୁରୁ ପ୍ରଫୁଲ୍ଲ କୁମାର ସାହୁ, ଅବସରପ୍ରାପ୍ତ ପୋଲିସ ଅଫିସର ଶିଶିର ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।