ପଦମପୁର ଗ୍ରାମ ରେ କେନାଲ କାମରୁ ଲୁହା ପ୍ଲେଟ ଚୋରି
Balisankara, Sundargarh | Mar 8, 2026
ବଡ଼ଗାଁ ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ରେ ଚାଲିଥିବା କେନାଲ କାମ ରୁ ୨୨ ଗୋଟି ଲୁହା ପ୍ଲେଟ ଚୋରି ହୋଇଥିବା ବଡ଼ଗାଁ ଥାନା ରେ ଅଭିଯୋଗ ହୋଇଛି। ଘଟଣା ଅନୁଯାୟୀ ଏକମା ଗ୍ରାମ ପଞ୍ଚାୟତର ପଦ୍ମପୁର ଠାରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କେନାଲ କାମ ରେ ଲାଗିଥିବା ୨୨ ଗୋଟି ଲୁହା ପ୍ଲେଟ କୁ ଗତକାଲି ବିଳମ୍ବିତ ରାତିରେ ଚୋର ଦଳ ଚୋରି କରିଛନ୍ତି। ଏହି ବିଷୟରେ ଏକମା ସରପଞ୍ଚ ସାଇବାନୀ ଲାକ୍ରା ଓ ଗାଁସାଥୀ ସୁରଭି ମାଝୀ ବଡ଼ଗାଁ ଥାନା ରେ ଆଜି ଲିଖିତ ଅଭିଯୋଗ କରିଛନ୍ତିି। ଅଭିଯୋଗ ରେ ଚୋରି ହୋଇଥିବା ଲୁହା ପ୍ଲେଟ ର ମୁଲ୍ୟ ୮୮ ହଜାର ଟଙ୍କା ହେବ ବୋଲି ଦର୍ଶାଇଛନ୍ତି।