ଝାରସୁଗୁଡା: ରିଜର୍ଭ ପୋଲିସ କ୍ୟାମ୍ପସ ନିକଟରେ ଏମ.ସି.ଏଲ. ପକ୍ଷରୁ ଏକ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କରିବା ପାଇଁ ଏମ.ସି.ଏଲ ପକ୍ଷରୁ ସୂଚନା ମିଳିଛି
ଝାରସୁଗୁଡା ରିଜର୍ଭ ପୋଲିସ କ୍ୟାମ୍ପସ ନିକଟରେ ଏମ.ସି.ଏଲ. ପକ୍ଷରୁ ଏକ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କରିବା ପାଇଁ ଆଜି ସଂଧ୍ୟାରେ ମହାନଦୀ କୋଲ ଫିଲଡ଼ ପକ୍ଷରୁ ସୋସିଆଲ ମିଡ଼ିଆ ଏକ୍ସରେ ସୂଚନା ପ୍ରଦାନ କରାଯାଇଛି। ସୂଚନାନୁସାରେ ଝାରସୁଗୁଡାର ରିଜର୍ଭ ପୋଲିସ କ୍ୟାମ୍ପସ ନିକଟରେ ପ୍ରାୟ ୧କୋଟି୭୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କରାଯିବ ଏବଂ ଏହା ପ୍ରାୟ ୩୦୫.୯୬ ବର୍ଗ ମିଟରରେ ନିର୍ମାଣ ହେବ ବୋଲି ମହାନଦୀ କୋଲ ଫିଲଡ଼ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।