Public App Logo
Jansamasya
News
पुलिस
Bjp
National
Police
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Rajasthan
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Cm
Madhyapradesh
Ahmedabad
Pmmodi
Rahulgandhi

ଗୋବିନ୍ଦପୁର: ବାମରା ବସଷ୍ଟାଣ୍ଡ ରେଳ ଫାଟକ ତଳୁ ସ୍କୁଟି ପାର କରୁଥିବା ଜଣେ ଯୁବକଙ୍କ ନାଁରେ ମାମଲା ରୁଜୁ କଲା ଆରପିଏଫ୍

Govindpur, Sambalpur | Nov 3, 2025
ବାମରା ବସଷ୍ଟାଣ୍ଡ ରେଳ ଫାଟକ ବନ୍ଦ ଥିବା ସମୟରେ ଫାଟକ ତଳୁ ସ୍କୁଟି ପାର କରୁଥିବା ଜଣେ ଯୁବକ ଙ୍କ ନାଁରେ ରେଳବାଇ ପୋଲିସ ଏକ ମାମଲା ରୁଜୁ କରିଥିବା ସୂଚନା ରହିଛି। ସୂଚନା ଅନୁସାରେ ଗତ ୨ ଦିନ ପୂର୍ବ ରୁ ବାମରା ବସଷ୍ଟାଣ୍ଡ ରେଳ ଫାଟକ ବନ୍ଦ ଥିବା ବେଳେ ଏହି ସମୟରେ କେତେକ ବ୍ୟକ୍ତି ରେଳ ଫାଟକ ତଳୁ ବିପଦପୂର୍ଣ୍ଣ ଅବସ୍ଥାରେ ବାଇକ୍ ଓ ସ୍କୁଟି ପାର କରୁଥିଲେ। ଜଣେ ରେଳ କର୍ମଚାରୀ ଏହାର ଭିଡିଓ ଉତ୍ତୋଳନ କରି ରେଳବାଇ ପୋଲିସ୍ କୁ ପଠାଇ ଥିବା ବେଳେ ସୋମବାର ଦିନ ଝାରସୁଗୁଡ଼ା RPF ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।