ଝାରସୁଗୁଡା: ବିଶିପାଲି ବରିହାପାଲି ରେ ଅନୁଷ୍ଠିତ ହୋଇଥିବା ଶ୍ରୀ ଶ୍ରୀ ଦୁର୍ଗାପୂଜା ଉତ୍ସବ ଆଜି ସମାପନ ହୋଇଛି
ଝାରସୁଗୁଡା ଜିଲ୍ଲା ବିଶିପାଲି ବରିହାପାଲି ରେ ଅନୁଷ୍ଠିତ ହୋଇଥିବା ଶ୍ରୀ ଶ୍ରୀ ଦୁର୍ଗାପୂଜା ଉତ୍ସବ ଆଜି ସମାପନ ହୋଇଛି l ଗତ ୨୧ ତାରିଖ ମହାଳୟା ରୁ ଏହି ଉତ୍ସବ ଆରମ୍ଭ ହୋଇ ଆଜି ଶନିବାର ରାତି ପ୍ରାୟ ୧୦ ଟାରେ ସମାପମ ହୋଇଛି l ଏହି ଶ୍ରୀ ଶ୍ରୀ ଦୁର୍ଗା ପୂଜା ଅବସରରେ ୧୪ ଦିନ ଧରି ମା ଦୁର୍ଗା ଙ୍କ ର ସମ୍ପୂର୍ଣ ରୀତିନୀତି ରେ ପୂଜାର୍ଚନା କରାଯାଇଛି l ଏହାସହ ପ୍ରତିଦିନ ବିଭିନ୍ନ ସ୍ଥାନର କୀର୍ତ୍ତନ୍ୟ ମଣ୍ଡଳୀ କୀର୍ତ୍ତନ ପରିବେଷଣ କରିଥିବାବେଳେ ଆଜି ଶେଷ ଦିନେରେ ଠେବରା କୀର୍ତ୍ତନ ମଣ୍ଡଳୀ କୀର୍ତ୍ତନ ପରିବେଷଣ କରିଛନ୍ତି।